Breaking

ଓଡ଼ିଶା ରାଜ୍ୟ ଯୋଗାଣ ସହାୟକମାନଙ୍କ ନ୍ୟାୟସଙ୍ଗତ ଦାବି

ଓଡ଼ିଶା ରାଜ୍ୟ ଯୋଗାଣ ସହାୟକମାନଙ୍କ ନ୍ୟାୟସଙ୍ଗତ ଦାବି

ଓଡ଼ିଶା ରାଜ୍ୟ ଯୋଗାଣ ସହାୟକମାନଙ୍କ ନ୍ୟାୟସଙ୍ଗତ ଦାବି

ପାଗା : ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ଗତ ଜୁନ ୧୬ ତାରିଖରେ ଗଣମାଧ୍ୟମ ମାଧ୍ୟମରେ ରାଜ୍ୟ ସରକାର ଓ ରାଜ୍ୟ ପ୍ରଶାସନଙ୍କୁ ନ୍ୟାୟସଙ୍ଗତ ଦାବି ସମ୍ପର୍କରେ ଅବଗତ କରାଇଥିଲେ। ଏବଂ ଲିଖିତ ଭାବେ ମଧ୍ୟ ଦାବିପତ୍ର ପ୍ରଦାନ କରି ଅନୁରୋଧ କରିଥିଲେ। ଯଦି ଆମର ଦାବିଗୁଡ଼ିକ ପୂରଣ ନ କରାଯାଏ, ତେବେ ଆସନ୍ତା ଜୁଲାଇ ୧୦ ତାରିଖରୁ ସାମୂହିକ ଛୁଟିରେ ରହିବୁ ଏବଂ ଆବଶ୍ୟକ ପଡ଼ିଲେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି କହିଥିଲେ।
ଏହା ସତ୍ତ୍ୱେ ଜୁନ ୧୭ କିମ୍ବା ୧୮ ତାରିଖରେ ପ୍ରଶାସନ ପକ୍ଷରୁ ଜୁଲାଇ ଓ ଅଗଷ୍ଟ ମାସର ବଣ୍ଟନ (Allotment) ଜାରି କରାଯାଇଥିଲା। ପୂର୍ବରୁ ସେମାନେ ତାଙ୍କର ଅବସ୍ଥାନ ସ୍ପଷ୍ଟ କରିଥିବାରୁ ପୁନର୍ବାର ରାଜ୍ୟ ସରକାର, ରାଜ୍ୟ ପ୍ରଶାସନ ଏବଂ ସମସ୍ତ ଜିଲ୍ଲା ପ୍ରଶାସନଙ୍କୁ ଲିଖିତ ଭାବେ ଜଣାଇଥିଲେ ଯେ, ଜୁଲାଇ ଓ ଅଗଷ୍ଟ ମାସର ବଣ୍ଟନ କାର୍ଯ୍ୟ କରିବେ ନାହିଁ। ତେବେ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ CMAY ଅଧୀନରେ ଏପ୍ରିଲ, ମେ ଓ ଜୁନ ମାସର ବଣ୍ଟନ କାର୍ଯ୍ୟ ନିୟମିତ ଭାବରେ ସମ୍ପନ୍ନ କରିବେ ବୋଲି ମଧ୍ୟ ସ୍ପଷ୍ଟ କରିଥିଲ।
କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ, ନବରଙ୍ଗପୁର ଜିଲ୍ଲାର ଜଣେ ACSO ମହୋଦୟା ସେହି ଜିଲ୍ଲାର ଯୋଗାଣ ସହାୟକମାନଙ୍କୁ ଧମକ ଦେଇ ଏବଂ ବିଭିନ୍ନ ପ୍ରକାର ଚାପ ପ୍ରୟୋଗ କରି ଜୁଲାଇ-ଅଗଷ୍ଟ ମାସର ବଣ୍ଟନ କାର୍ଯ୍ୟ କରିବାକୁ ବାଧ୍ୟ କରୁଛନ୍ତି। ଏପରି କାର୍ଯ୍ୟକଳାପ କେବଳ ସେମାନଙ୍କର ନ୍ୟାୟସଙ୍ଗତ ଦାବିକୁ ଦମନ କରିବାର ଉଦ୍ୟମ ନୁହେଁ ବରଂ ତାଙ୍କର ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅଧିକାରରେ ମଧ୍ୟ ହସ୍ତକ୍ଷେପ ସଦୃଶ।
ତେଣୁ ଗଣମାଧ୍ୟମରେ ଉକ୍ତ ଘଟଣାକୁ ପ୍ରକାଶ କରି ରାଜ୍ୟ ସରକାର, ରାଜ୍ୟ ପ୍ରଶାସନ ଏବଂ ନବରଙ୍ଗପୁର ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସହଯୋଗ କାମନା କରିଛନ୍ତି। ଏହାଦ୍ୱାରା ସେମାନଙ୍କ ନ୍ୟାୟସଙ୍ଗତ ଦାବି ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷିତ ହେବ ଏବଂ ଧମକ ଓ ଚାପର ପରିବେଶର ଅବସାନ ଘଟିବ ବୋଲି ଆତ୍ମବିଶ୍ୱାସ ପ୍ରକଟ କରିଛନ୍ତି।